factograf
OR

ଚର୍ମରେ କଳା ଓ ଧଳା ଫିତା ଭଳି ଚିହ୍ନ ଥିବା ପ୍ରାଣୀ ଯିଏ ଘୋଡ଼ା ପରିବାରର ଏକ ସଦସ୍ୟ ।

ଜେବ୍ରା

ଜେବ୍ରା
The skull of a Grant's zebra.
The skull of a Grant's zebra.

ଜେବ୍ରା (Zebras (, )) ଏକ ପ୍ରକାର ଆଫ୍ରିକାର ବଣ୍ୟ ଜନ୍ତୁ (African) ଜାତି ଯାହାକୁ ଘୋଡ଼ା ପରିବାରର (equids) ସଦସ୍ୟ ଭାବରେ ଗ୍ରହଣ କରାଯାଇଛି ଓ ସେମାନଙ୍କର ଚର୍ମରେ କଳା ଧଳା ପଟା ପଟା ଦାଗ ଥାଏ । ସେମାନେ ସାମାଜିକ ପ୍ରାଣୀ ଓ ଛୋଟରୁ ବଡ଼ ଦଳରେ ରହନ୍ତି । ଘୋଡ଼ା ବା ଗଧ ଭଳି ଏମାନେ ଗୃହପାଳିତ ହୁଅନ୍ତି ନାହିଁ ।

ତିନି ପ୍ରକାର ଜେବ୍ରା ଦେଖାଯାଆନ୍ତି: ସାଧାରଣ ଜେବ୍ରା (plains zebra), ପାର୍ବତୀୟ ଜେବ୍ରା (mountain zebra) ଓ ଗ୍ରେଭିସ ଜେବ୍ରା (Grévy's zebra) । ସାଧାରଣ ଜେବ୍ରା ଓ ପାର୍ବତୀୟ ଜେବ୍ରାଦ୍ୱୟ ହିପ୍ପୋଟାଇଗ୍ରିସ (Hippotigris) ସବଜେନସ ଓ ଗ୍ରେଭିସ ଜେବ୍ରା ଡୋଲିକୋହିପ୍ପସ ସବଜେନସ ଶ୍ରେଣୀର ପ୍ରାଣୀ ଅଟନ୍ତି । ଗ୍ରେଭିସ ଜେବ୍ରାର ଗଧ (ass) ସ‌ହିତ ସାମଞ୍ଜସ୍ୟ ଦେଖାଯାଏ କିନ୍ତୁ ପ୍ରଥମ ଦୁଇ ପ୍ରକାର ଜେବ୍ରାମାନଙ୍କର ଘୋଡ଼ା ସ‌ହିତ ସାମଞ୍ଜସ୍ୟ ଥାଏ । ଏମାନେ ସମସ୍ତେ ଇକୁଇଅସ ଜେନସର ପ୍ରାଣୀ ।

ଅତୁଳନୀୟ ଚର୍ମ ଦାଗ ଯୋଗୁ ଏହି ପ୍ରାଣୀ ଲୋକଙ୍କ ପରିଚିତ ସ‌ହଜରେ ହୁଏ । ଏମାନେ ଘାସ, ପାହାଡ଼, ଉପକୂଳ, ଜଙ୍ଗଲ ଓ କଣ୍ଟା ଇତ୍ୟାଦି ଥିବା ବିଭିନ୍ନ ଭୌଗଳିକ ସ୍ଥାନରେ ବାସ କରନ୍ତି । ବାସସ୍ଥାନ ନଷ୍ଟ ଓ ଚର୍ମ ନିମନ୍ତେ ଶିକାର ହେଉଥିବା ଯୋଗୁ ସେମାନଙ୍କ ସଂଖ୍ୟା କମିଯାଉଛି । ଗ୍ରେଭିସ ଓ ପାର୍ବତୀୟ ଜେବ୍ରା ବିପଦରେ ଲୁପ୍ତପ୍ରାୟ ଅଛନ୍ତି ।


ଆକାର ଓ ଓଜନ

ସାଧାରଣ ଜେବ୍ରାର ଉଚ୍ଚତା ପ୍ରାୟ ୧.୨ - ୧.୩ ମିଟର,ଲମ୍ବ ୨ - ୨.୬ମିଟର ଓ ଲାଞ୍ଜ ୦,୫ ମିଟର । ଓଜନ ପ୍ରାୟ ୩୫୦ କେଜି ଓ ମାଈ ଜେବ୍ରା ଓଜନ ସାମାନ୍ୟ କମ । ପାର୍ବତୀଯ ଜେବ୍ରା କମ ଓ ଗ୍ରେଭି ଜେବ୍ରା ସାବୁଠାରୁ ଅଧିକ ଓଜନ ବିଶିଷ୍ଟ ।

ବର୍ଗୀକରଣ

ପଲେ ଜେବ୍ରା
ପଲେ ଜେବ୍ରା
ବିବିଣ୍ଡି ଦୁର୍ଗମ ଜାତୀୟ ଉଦ୍ୟାନରେ ପଲେ ଜେବ୍ରା
ବିବିଣ୍ଡି ଦୁର୍ଗମ ଜାତୀୟ ଉଦ୍ୟାନରେ ପଲେ ଜେବ୍ରା
କ୍ରିମ ରଙ୍ଗର ପଟ୍ଟା ଥିବା ଏକ ଜେବ୍ରା
କ୍ରିମ ରଙ୍ଗର ପଟ୍ଟା ଥିବା ଏକ ଜେବ୍ରା
3 images

ଖାଦ୍ୟ

ଜେବ୍ରା ସାଧାରଣତଃ ଘାସ ଖାଆନ୍ତି । ଆବଶ୍ୟକ ହେଲେ ଡାଳ, ପତ୍ର, ଛୋଟ ବୁଦାର ଗାଛ ଖାଆନ୍ତି ।


Read next

In 155 languages

orAfrikaansአማርኛaragonésÆngliscالعربيةالدارجةمصرىasturianuazərbaycancaتۆرکجهбашҡортсаBasa BaliBikol Centralбеларуская (тарашкевіца)беларускаябългарскиবাংলাབོད་ཡིགbrezhonegcatalà閩東語 / Mìng-dĕ̤ng-ngṳ̄CebuanoᏣᎳᎩTsetsêhestâheseکوردیčeštinaчӑвашлаCymraegdanskDeutschZazakieʋegbeΕλληνικάEnglishEsperantoespañoleestieuskaraفارسیsuomiføroysktfrançaisNordfriiskGaeilgeGagauzGàidhliggalegoAvañe'ẽ客家語 / Hak-kâ-ngîעבריתहिन्दीhrvatskiKreyòl ayisyenmagyarհայերենԱրեւմտահայերէնinterlinguaBahasa IndonesiaIgboIdoíslenskaitaliano日本語JawaქართულიTyapKumoringқазақшаಕನ್ನಡ한국어کٲشُرkernowekкыргызчаLatinaLëtzebuergeschLingua Franca NovaLadinlingálaລາວlietuviųlatviešuмокшеньMalagasyмакедонскиമലയാളംмонголꯃꯤꯇꯩ ꯂꯣꯟमराठीBahasa MelayuMaltiမြန်မာဘာသာनेपालीनेपाल भाषाNederlandsnorsk nynorsknorskSesotho sa LeboaNupeDiné bizaadoccitanOromooਪੰਜਾਬੀpolskiپنجابیportuguêsRuna Simiromânăрусскийрусиньскыйсаха тылаᱥᱟᱱᱛᱟᱲᱤScotsسنڌيsrpskohrvatski / српскохрватскиසිංහලSimple EnglishslovenčinaslovenščinaanarâškielâchiShonaSoomaaligashqipсрпски / srpskiSundasvenskaKiswahiliதமிழ்తెలుగుтоҷикӣไทยTagalogSetswanaTürkçeXitsongaтатарча / tatarçaTwiудмуртукраїнськаاردوoʻzbekcha / ўзбекчаvènetovepsän kel’Tiếng ViệtwalonWinarayWolof吴语isiXhosaייִדישYorùbá閩南語 / Bân-lâm-gí粵語中文isiZulu

Text from Wikipedia, CC BY-SA 4.0 · Source article