ଲିଥିୟମ (ଏହା ଗ୍ରୀକ ଶବ୍ଦ ଲିଥୋସ୍ / Lithosରୁ ଅସିଛିମାନେ 'ପଥର') ହେଉଛି ଏକ ନରମ, ରୂପା ଭଳି ଧଳା ଦେଖାଯାଉଥିବା ଧାତୁ ଯାହାର ପ୍ରତୀକ Li ଓ ପରମାଣୁ କ୍ରମାଙ୍କ ୩ । ଏହା ଏତେ ନରମ ଯେ ଏହାକୁ ଛୁରିଦ୍ୱାରା ମଧ୍ୟ କଟା ଯାଇପାରିବ । ଏହା ଅନ୍ୟ ଧାତୁ ଗୁଡ଼ିକ ମଧ୍ୟରେ ସବୁଠାରୁ ହାଲୁକା କିନ୍ତୁ ଏହା ସାନ୍ଧ୍ରତା (density) ଜଳର ଅର୍ଦ୍ଧେକ । ( ବିଗ୍ ବ୍ୟାଙ୍ଗ୍ର ପ୍ରଥମ କ୍ଷଣରେ ତିଆରି ତିନୋଟି ଧାତୁ ଭିତରୁ ଲିଥିୟମ ଅନ୍ୟତମ । ଅନ୍ୟଦୁଇଟି ହେଲେ ଉଦଜାନ ଓ ହିଲିଅମ - ଜୋତିର୍ବିଦଙ୍କ ଅନୁସାରେ ଏହି ଦୁଇଟି ମୌଳିକର ପରିମାଣ ଲିଥିୟମଠାରୁ ଅନେକ ଗୁଣରେ ଅଧିକ ।)
ଇତିହାସ

ପେଟାଲାଇଟ (Petalite - LiAlSi4O10), ଯେଉଁଥିରେ ଲିଥିୟମ ରହିଥାଏ, ବ୍ରାଜିଲୀୟ ବୈଜ୍ଞାନିକ ଜୋସ ବୋନିଫାସିଓ ଡି ଆଣ୍ଡ୍ରାଡ଼େ ଇ ସିଲଭା ୧୭୦୦ ଶତାବ୍ଦୀର ଶେଷ ଆଡକୁ ତାଙ୍କର ସ୍ୱୀଡ଼େନ ଗସ୍ତ ବେଳେ ଆବିଷ୍କାର କରିଥିଲେ । ଜୋହାନ ଅଗଷ୍ଟ ଆର୍ଫ୍ୱେଡ଼ସନ୍ ୧୮୧୭ରେ ଲିଥିୟମ ଆବିଷ୍କାର କରିଥିଲେ ।
ଉତ୍ପାଦନ


ଲିଥିୟମ ବହୁଳ ମାତ୍ରାରେ ବ୍ୟବହାର ହଉଥିଲେହେଁ ଏହା ପ୍ରକୃତିକ ଭାବେ ଏହାର ମୂଳ ରୂପରେ ମିଳିନଥାଏ । ଏହାର ପ୍ରତିକ୍ରିୟାଶୀଳ ଗୁଣ ଯୋଗୁଁ ଏହା ଏକ ବା ଏକାଧିକ ଅନ୍ୟ ମୌଳିକ ଓ ଯୌଗିକ ଗୁଡ଼ିକ ସହ ବାନ୍ଧି ହୋଇ ରହିଥାଏ । ଖଣିଜ ପଦାର୍ଥରୁ ଏହା ଅତି ଅଳ୍ପ ପରିମାଣରେ ମିଳିଥାଏ; spodumene (LiAl(SiO3)2), amblygonite (Li,Na)AlPO4(F,OH)), lepidolite (KLi2Al(Al,Si)3O10(F,OH)2). ବ୍ୟବସାୟିକ ଭାବେ ବ୍ୟବହୃତ ଅଧିକାଂଶ ଲିଥିୟମ ବ୍ରିନ୍ସ୍ (brines)ରୁ ମିଳିଥାଏ । ଏହା ବ୍ୟତୀତ ତରଳ ଲିଥିୟମ କ୍ଳୋରାଇଡରେ ବୈଦୁତିକ ଚାର୍ଜ ପ୍ରବାହିତ କରାଇ ଲିଥିୟମ ବାହାର କରାଯାଏ । ପ୍ରତିବର୍ଷ ପାଖାପାଖି ୩୯ ଟନ ଲିଥିୟମ ତିଆରି ହୋଇଥାଏ ।
ଉପସ୍ଥିତି
- ବ୍ରହ୍ମାଣ୍ଡ: ୦.୦୦୬ ପିପିଏମ (ଓଜନ ଅନୁସାରେ)
- ସୂର୍ଯ୍ୟ: ୦.୦୦୦୦୬ ପିପିଏମ (ଓଜନ ଅନୁସାରେ)
- କାର୍ବନାସିୟସ ଉଲକା: ୧.୭ ପିପିଏମ
- ଭୂତ୍ୱକ: ୨୦ ପିପିଏମ
- ସମୁଦ୍ରଜଳ: ୦.୧୮ ପିପିଏମ
- ମଣିଷ:
- ଓଜନ ଅନୁସାରେ ୩୦ ପିପିବି
- ଓଜନ ଅନୁସାରେ ୨୭ ପିପିବି
ବାହାର ଲିଙ୍କ
- Lithium at The Periodic Table of Videos (University of Nottingham)
- International Lithium Alliance Archived 2009-08-17 at the Wayback Machine.
- USGS: Lithium Statistics and Information Archived 2016-03-03 at the Wayback Machine.
- Lithium Supply & Markets 2009 IM Conference 2009 Sustainable lithium supplies through 2020 in the face of sustainable market growth
- University of Southampton, Mountbatten Centre for International Studies, Nuclear History Working Paper No5. Archived 2008-02-26 at the Wayback Machine.
